ଯୀଶୁ ଉତ୍ତର ଦେଲେ, ମୁଁ ଯାହା ଉପଦେଶ ଦେଉଛି, ତାହା ମାେ ନିଜର ନୁହେଁ। ମାରେ ଶିକ୍ଷାଗୁଡିକ ମାେତେ ପଠାଇଥିବା ପରମେଶ୍ବରଙ୍କଠାରୁ ଆସିଛି।
Cross references
ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭେ ଯାହା ସବୁ ଜାଣୁ ତାହା ସବୁ କହୁଛୁ, ଆମ୍ଭେ ଯାହା ଦେଖିଛୁ ତାହା ତୁମ୍ଭକୁ କହୁଛୁ, କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯାହା କହୁଛୁ, ତୁମ୍ଭମାନେେ ତାହା ଗ୍ରହଣ କରୁନାହଁ।
ସ୍ବର୍ଗରୁ ଆସିଥିବା ବ୍ଯକ୍ତି ଅନ୍ୟ ଲୋକମାନଙ୍କ ଅପେକ୍ଷା ଶ୍ ରେଷ୍ଠ। ପୃଥିବୀରୁ ଆସିଥିବା ବ୍ଯକ୍ତି ପୃଥିବୀର ଅଟନ୍ତି। ସହେି ବ୍ଯକ୍ତି ପୃଥିବୀ ରେ ଥିବା ବସ୍ତୁ ବିଷୟ ରେ କହନ୍ତି। କିନ୍ତୁ ଯେଉଁ ବ୍ଯକ୍ତି ସ୍ବର୍ଗରୁ ଆସନ୍ତି, ସେ ଅନ୍ୟ ସମସ୍ତଙ୍କଠାରୁ ଶ୍ରଷ୍ଠ।
ଈଶ୍ବର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସହେିପରି ପୁତ୍ରଙ୍କୁ ମଧ୍ଯ ସମ୍ମାନ ଦବେେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତବେେ ସେ ପିତାଙ୍କୁ ମଧ୍ଯ ସମ୍ମାନ ଦିଏ ନାହିଁ। ପିତା ପୁତ୍ରକୁ ପଠାଇଛନ୍ତି।
ମୁଁ ଏକୁଟିଆ କିଛି କରିପାରିବି ନାହିଁ। ମୁଁ କବଳେ ପରମେଶ୍ବରଙ୍କ କହିବା ଅନୁସାରେ ବିଚାର କରେ। ତେଣୁ ମାରେ ବିଚାର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ୟିଏ ମାେତେ ପଠାଇଛନ୍ତି।
ମୁଁ ପରମେଶ୍ବରଙ୍କର ଇଚ୍ଛା ଅନୁଯାଯୀ କାର୍ୟ୍ଯ କରିବାପାଇଁ ସ୍ବର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ଆସି ନାହିଁ।
ପରମପିତା ମାେତେ ପଠାଇଛନ୍ତି। ସେ ଲୋକମାନଙ୍କୁ ମାେ ନିକଟକୁ ଆଣନ୍ତି। ମୁଁ ସହେି ଲୋକମାନଙ୍କୁ ଶଷଦେିନ ରେ ଉତ୍ଥାପନ କରିବି। ଯଦି ପରମପିତା କୌଣସି ଲୋକକୁ ମାେ ନିକଟକୁ ନ ଆଣିବେ, ତବେେ ସେ ଲୋକ ମାେ ପାଖକୁ ଆସି ପାରିବ ନାହିଁ।
ତେଣୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ମନୁଷ୍ଯପୁତ୍ରଙ୍କୁ ଉର୍ଦ୍ଧ୍ବକୁ(ବଧକରିବାକୁ) ଉଠାଇବ। ସେତବେେଳେ ମୁଁ ଯେ ସହେି ବ୍ଯକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମାେ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମାେତେ ଯାହା ଶିକ୍ଷା ଦଇେଛନ୍ତି ସହେି କଥା ଯେ କବଳେ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ।
ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦଇେଛି ତାହା ମାରେ ନୁହେଁ। ମାରେ ପ୍ ରରଣକେର୍ତ୍ତା ପରମପିତା ମାେତେ କ'ଣ କହିବାକୁ ଓ କ'ଣ ଉପଦେଶ ଦବୋକୁ ପଡିବ ତାହା କହିଛନ୍ତି।
ତୁମ୍ଭେ କ'ଣ ପ୍ରକୃତ ରେ ବିଶ୍ବାସ କର ଯେ, ମୁଁ ପରମପିତାଙ୍କଠା ରେ ଓ ପରମପିତା ମାଠାେ ରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମାଠାରୁେ ଆସି ନାହିଁ। ପରମପିତେ ମାେ ଭିତ ରେ ଅଛନ୍ତି ଓ ସେ ତାହାଙ୍କ କାର୍ୟ୍ଯ କରୁଛନ୍ତି।
କିନ୍ତୁ ଯେଉଁ ଲୋକ ମାେତେ ପ୍ ରମେ କରେ ନାହିଁ, ସେ ମାରେ ଉପଦେଶ ମାନେ ନାହିଁ। ମାଠାରୁେ ଯେଉଁ ଉପଦେଶ ତୁମ୍ଭେ ଶୁଣୁଛ, ତାହା ପ୍ରକୃତ ରେ ମାରେ ନୁହେଁ। ଏହା ମାେତେ ପଠାଇ ଥିବା ପରମପିତାଙ୍କର।
ମାେତେ ତୁମ୍ଭେ ଯେଉଁ ଉପଦେଶ ଦଇେଥିଲ, ମୁଁ ସହେି ଉପଦେଶ ଏହି ଲୋକଙ୍କୁ ଦଇେଛି। ସମାନେେ ତାହା ଗ୍ରହଣ କରିଛନ୍ତି। ସମାନେେ ଜାଣି ପାରିଲେ ଯେ, ମୁଁ ପ୍ରକୃତ ରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମାେତେ ପଠାଇଛ ବୋଲି ସମାନେେ ବିଶ୍ବାସ କରିଛନ୍ତି।
ମୁଁ ସମାନଙ୍କେୁ ତୁମ୍ଭର ଉପଦେଶ ଦଇେଅଛି। ଆଉ ଏହି ଜଗତର ଲୋକମାନେ ସମାନଙ୍କେୁ ଘୃଣା କରନ୍ତି। କାରଣ ସମାନେେ ଜଗତର ନୁହଁନ୍ତି ଓ ଯେପରି ମୁଁ ମଧ୍ଯ ଏହି ଜଗତରୁ ଉତ୍ପନ୍ନ ନୁହେଁ।
ଏହା ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ଯ ଯାହା ଯାହା ଶୀଘ୍ର ଘଟିବ, ସେ ବିଷୟ ରେ ତାହାଙ୍କ ସବେକମାନଙ୍କୁ ଦଖାଇବୋ ପାଇଁ ପରମେଶ୍ବର ଯୀଶୁଙ୍କୁ ଏସବୁ ଦଇେଥିଲେ। ଖ୍ରୀଷ୍ଟ ତାହାଙ୍କର ଦୂତଙ୍କୁ ଏସବୁ ଦଖାଇବୋ ପାଇଁ ତାହାଙ୍କ ଦାସ ଯୋହନଙ୍କ ନିକଟକୁ ପାଇଲେ।