ତୁମ୍ଭେ ଅନାଥମାନଙ୍କ ବିଷଯ ରେ ବ୍ଯସ୍ତ ହୁଅ ନାହିଁ। ଆମ୍ଭେ ସମାନଙ୍କେୁ ଜୀବିତ ରଖିବା। ତୁମ୍ଭମାନଙ୍କର ବିଧବାମାନେ ଆମ୍ଭ ଉପ ରେ ନିର୍ଭର କରିବେ।
Cross references
ସେ ପିତୃହୀନ ଓ ବିଧିବାର ବିଗ୍ଭର ନିଷ୍ପତ୍ତି କରନ୍ତି ଓ ବିଦେଶୀକ ଅନ୍ନବସ୍ତ୍ର ଦଇେ ପ୍ ରମେ କରନ୍ତି।
ହେ ସଦାପ୍ରଭୁ, ନିଶ୍ଚଯ ତୁମ୍ଭେ ସହେି ନଷ୍ଠୁର ଲୋକମାନଙ୍କ କାର୍ୟ୍ଯ ଦେଖୁଅଛ। ଥରେ ସହେି ମନ୍ଦକାର୍ୟ୍ଯକୁ ଚାହଁ, ଓ କିଛି କର। ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚଯ ତୁମ୍ଭ ନିକଟକୁ ସାହାୟ୍ଯ ପାଇଁ ଆସନ୍ତି। ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ୟିଏକି ସହେି ପିତୃହୀନ ମାନଙ୍କୁ ସାହାୟ୍ଯ କରିପାର।
ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ବର ଅନାଥମାନଙ୍କର ନାଥ ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି।
ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର। ଅତ୍ଯାଚାରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ଯାଯ ବ୍ଯବହାର କର।
ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି। ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି, ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ବଂସ କରନ୍ତି।
ପୁରାତନ ଭୂମିର ଚିହ୍ନ ସୀମା ଘୁଞ୍ଚାଅ ନାହିଁ। ପିତୃମାତୃହୀନମାନଙ୍କର ଭୂମି ନିଅ ନାହିଁ।
ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ। ଆମ୍ଭମାନେେ ୟୁଦ୍ଧ ଅଶ୍ବ ରେ ଆରୋହଣ କରିବୁ ନାହିଁ। ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡିକୁ 'ଆମ୍ଭର ପରମେଶ୍ବର' ବୋଲି ଆମ୍ଭେ ପୁଣି କହିବୁ ନାହିଁ। କାରଣ ତୁମ୍ଭେ ହେଉଛ ସହେି ପରମେଶ୍ବର ୟିଏକି ଅନାଥକୁ ଦୟା ଦଖାେଅ ଏବଂ ଆମ୍ଭମାନଙ୍କୁ ଦୟା କରିବ।
ତୁମ୍ଭେ ଯଦି ସାମାନ୍ଯ ଗୋଟିଏ ଗଛ ପାଇଁ ଦୁଃଖିତ, ମୁଁ ନିଶ୍ଚିତ ଭାବରେ ନୀନିବୀ ପରି ଗୋଟିଏ ବିରାଟ ନଗର ପାଇଁ ଦୁଃଖିତ ହବେି ନାହିଁ କି? ସହେି ନଗରୀ ରେ ବହୁ ଲୋକ ଓ ପ୍ରାଣୀ ଅଛନ୍ତି। ସହେି ନଗର ରେ 1,20,000 ରୁ ଅଧିକ ଲୋକ ଅଛନ୍ତି, ଯେଉଁମାନେ କି ଭୂଲ୍ କରୁଛନ୍ତି ବୋଲି ଜାଣି ନଥିଲେ। କ'ଣ ଆମ୍ଭେ ତାଙ୍କ ପ୍ରତି ଦୟା ନକରିବା।
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।
ଯଦି ଜଣେ ବିଧବା ପ୍ରକୃତ ରେ ଏକୁଟିଆ ଓ ନିରାଶା ରେ ରହିଥାଏ, ତା' ହେଲେ ସେ ତା' ପ୍ରତି ପରମେଶ୍ବରଙ୍କର ସାହାୟ୍ଯ ଉପରେ ଭରସା କରେ। ସହେି ବିଧବାଟି ରାତିଦିନ ପରମେଶ୍ବରଙ୍କୁ ପ୍ରାର୍ଥନା କରେ, ତାହାଙ୍କ ସାହାୟ୍ଯ ପାଇଁ ଅନୁ ରୋଧ କରେ।
ପରମେଶ୍ବର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା : ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନବୋ ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ବର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।