ମଲ୍କୀଷଦକେ କେତେ ମହାନ୍ ବ୍ଯକ୍ତି, ଭାବି ଦେଖ। ମହାନ ପିତା ଅବ୍ରହାମ ୟୁଦ୍ଧ ରେ ଯାହା କିଛି ଜିତି ଥିଲେ ତାର ଏକ ଦଶମାଂଶ ମଲ୍କୀଷଦକଙ୍କେୁ ଦେଲେ।
Cross references
ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଂକତେ ହବେ।
ସର୍ବୋପରିସ୍ଥ ପରମେଶ୍ବର ଧନ୍ଯ ହୁଅନ୍ତୁ ୟିଏ ତୁମ୍ଭର ଶତୃଗଣଙ୍କୁ ତୁମ୍ଭ ହସ୍ତ ରେ ଦେଲେ।
ମୁଁ ତୁମ୍ଭର ନାମ ପରିବର୍ତ୍ତନ କରି ଦବେି। ତୁମ୍ଭର ନାମ ଅବ୍ରାମ ରହିବ ନାହିଁ। ତୁମ୍ଭର ନାମ ଅବ୍ରହାମ ରହିବ। ମୁଁ ତୁମ୍ଭକୁ ଏପରି ନାମ ଦବେି କାରଣ ମୁଁ ତୁମ୍ଭକୁ ଅନକେ ଜାତିଗଣର ଜନକ କରିବି।
ହେ ମାରେ ଭାଇମାନେ, ମୁଁ ବିଶ୍ବାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟ ରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ଯୁବରଣ କରି କବରସ୍ଥ ହାଇେଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ଯାବଧି ଆମ୍ଭ ନିକଟରେ ଅଛି।
ଏହିପରି ପରମେଶ୍ବର ଅବ୍ରହାମଙ୍କୁ ଏହି ଚୁକ୍ତି ପାଇଁ ସୁନ୍ନତର ଚ଼ିହ୍ନ ପ୍ରଦାନ କଲେ। ସେ ୟିସ୍ହାକଙ୍କର ପିତା ହେଲେ। ୟିସ୍ହାକଙ୍କ ଜନ୍ମର ଅଷ୍ଟମଦିନ ଅବ୍ରାହାମ ତାହାଙ୍କର ସୁନ୍ନତ କଲେ ଓ ୟିସ୍ହାକ ତାହାଙ୍କର ପୁତ୍ର ଯାକୁବର ସୁନ୍ନତ କଲେ। ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ।
ପରମେଶ୍ବର ଗ୍ରହଣ କରି ନଇେଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରାହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହବୋ ପୂର୍ବରୁ ପରମେଶ୍ବରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି ଓ ସୁନ୍ନତ ହାଇେ ନାହାଁନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରାହାମ ଅଟନ୍ତି। ସମାନେେ ବିଶ୍ବାସ କରନ୍ତି ଓ ଏହି କାରଣରୁ ସମାନେେ ପରମେଶ୍ବରଙ୍କ ପାଇଁ ଧାର୍ମିକ ବୋଲି ନିରୁପିତ ହୁଅନ୍ତି।
ଶାସ୍ତ୍ର ରେ ଲଖାେ ଅଛି, ମୁଁ ତୁମ୍ଭକୁ (ଅବ୍ରାହାମ) ଅନକେ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି। ପରମେଶ୍ବରଙ୍କ ଆଗ ରେ ଏହା ସତ୍ଯ ଅଟେ। ଅବ୍ରାହାମ ଯେଉଁ ପରମେଶ୍ବରଙ୍କୁ ବିଶ୍ବାସ କରିଥିଲେ, ସହେି ପରମେଶ୍ବର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ଯାପି ଘଟି ନାହିଁ ସଗେୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।
ଅତଏବ ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମସ୍ତେ ଏକ ହାଇେଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତ ରେ କୌଣସି ଭଦେ ରହିଲା ନାହିଁ।
ଏହାଦ୍ବାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ : ଅବ୍ରହାମ ପରମେଶ୍ବରଙ୍କୁ ବିଶ୍ବାସ କଲେ। ଓ ପରମେଶ୍ବର ଅବ୍ରହାମଙ୍କ ବିଶ୍ବାସକୁ ଗ୍ରହଣ କଲେ। ସହେି ବିଶ୍ବାସ ଅବ୍ରହାମଙ୍କୁ ପରମେଶ୍ବରଙ୍କ ନିକଟରେ ଧାର୍ମିକ କଲା।332 ପରମେଶ୍ବରଙ୍କ ମିତ୍ର333 ବୋଲି ଅବ୍ରହାମ ଡ଼କାଗଲେ।