Cross references
ତୁମ୍ଭମାନେେ ପରମେଶ୍ବରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତ ପ୍ରପ୍ତ ହେଉ। ଆମ୍ଭ ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତ ତୁମ୍ଭମାନଙ୍କୁ ମିଳୁ।
ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।
ମାେତେ ଓ ସମଗ୍ର ମଣ୍ତଳୀକୁ ଆତିଥ୍ଯ ପ୍ରଦାନ କରିଥିବା ଗାୟ ତୁମ୍ଭମାନଙ୍କୁ ପ୍ରମାଣ ଜଣାଉଛନ୍ତି।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠା ରେ ଅଶଷେ ପ୍ ରମେ ଭାବ ରଖିଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ଅନୁଗ୍ରହ ହେଉ।
ମୁଁ ପାଉଲ, ନିଜ ହସ୍ତାକ୍ଷର ରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛି। ମାରେ ବନ୍ଦୀଦଶା ସ୍ମରଣ କର। ତୁମ୍ଭମାନଙ୍କ ପ୍ରତି ପରମେଶ୍ବରଙ୍କର ଅନୁଗ୍ରହ ରହୁ। ଆମେନ୍।
ତୁମ୍ଭର ଆତ୍ମା ସହିତ ପ୍ରଭୁ ରୁହନ୍ତୁ। ତୁମ୍ଭ ସମସ୍ତଙ୍କ ଉପରେ ତାହାଙ୍କର ଅନୁଗ୍ରହ ରହୁ।
ମାେ ସହିତ ଏଠିକାର ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। ଯେଉଁମାନେ ବିଶ୍ବାସ ରେ ଆମ୍ଭକୁ ଭଲ ପାଆନ୍ତି, ସମାନଙ୍କେୁ ନମସ୍କାର ଜଣାଇବ।
ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ସମସ୍ତ ଲୋକମାନଙ୍କ ସହିତ ରହିଥାଉ। ଆମେନ୍।