ଏହି ଫାଟକଟି ପ୍ରେତ୍ୟକକ ପାଶର୍ବ ରେ ତିନୋଟି କଠାେରୀ ସହିତ ଏହାର ପ୍ରାଙ୍ଗଣ ରେ ମାପ ପ୍ରଥମ ଚଟାଣ ସହିତ ସମାନ ଥିଲା। ତାହାର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।
Cross references
ପ୍ରହରୀମାନଙ୍କର କୋଠରୀଗୁଡ଼ିକ ଏକଦଣ୍ଡ ଦୀର୍ଘ ଓ ଏକ ଦଣ୍ଡ ପ୍ରସ୍ଥ ଥିଲା। ଆଉ ପ୍ରେତ୍ୟକକ କଠାେରୀର କାନ୍ଥଗୁଡ଼ିକ ମଧିଅରେ ପାଞ୍ଚ ପାଞ୍ଚ ହାତ ଛଡ଼ା ହାଇେଥିଲା ଓ ଗୃହାଭିମୁଖେ ଦ୍ବାରର ବାରଣ୍ଡା ନିକଟସ୍ଥ ଦ୍ବାରର ସମ୍ମୁଖ ସ୍ଥାନ ଏକ ଦଣ୍ଡ ଥିଲା।
ଆଉ ପୂର୍ବାଭିମୁଖ ଦ୍ବାରର ଏପାଖ ରେ ତିନି ଓ ସପୋଖ ରେ ତିନି କଠାେରୀ ଥିଲା। ସେ ତିନି ତିନି କଠାେରୀର ମାପ ସମାନ ଥିଲା ଓ ପ୍ରତିପାଖ ସ୍ତମ୍ଭଗୁଡ଼ିକ ସମାନ ମାପର ଥିଲା।
ପୁଣି ସେ ଦ୍ବାର ରେ ଓ ତାହାର ମଣ୍ଡପ ସକଳର ଚାରିଆଡ଼େ ପୂର୍ବୋକ୍ତ ଫାଟକ ପରି କଳାକବାଟି ଥିଲା। ଏହାର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।
କଠାେରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକ ମଧ୍ଯ ସମାନ ମାପ ବିଶିଷ୍ଟ ଥିଲା। ଆଉ ମଣ୍ଡପ ଓ ତାହାର ପ୍ରାଙ୍ଗଣର ଚାରିଆଡ଼େ ଜଳାକବାଟି ଥିଲା। ଆଉ ତାହା ପଚାଶ ହାତ ର୍ଦୈଘ୍ଯ ଓ ପଚିଶ ହାତ ପ୍ରସ୍ଥ ଥିଲା।
ତାହାର ପ୍ରାଙ୍ଗଣ ଗୁଡିକ ବାହାର ପ୍ରାଙ୍ଗଣ ଅଭି ମୁଖ ରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉଭୟ ପାଶର୍ବ ରେ ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ୟିବା ପାଇଁ ଆଠଟି ପାବଛ ଥିଲା।
ତହିଁର କୋଠରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକୁ ସମାନ ମାପ ବିଶିଷ୍ଟ ଥିଲା। ଆଉ ତାହାର ଚାରିଆଡ଼େ ଜଳାକବାଟି ଥିଲା। ଫାଟକର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।