ଯିହିଜିକଲ 27:34 · ଓଡ଼ିଆ ବାଇବେଲ
କିନ୍ତୁ ତୁମ୍ଭେ ବର୍ତ୍ତମାନ ସମୁଦ୍ରର ଗଭୀର ଜଳ ରେ ଭଗ୍ନ ହବୋ ଯୋଗୁଁ ତୁମ୍ଭର ସମସ୍ତ ବାଣିଜ୍ଯ ଦ୍ରବ୍ଯ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧିଅରେ ପତିତ ହେଲେ।
Cross references
ଯିହିଜିକଲ 26:12
ପୁଣି ସମାନେେ ତୁମ୍ଭର ସମ୍ପଦ ସବୁ ଲୁଟି ନବେେ ଓ ତୁମ୍ଭର ବାଣିଜ୍ଯ ଦ୍ରବ୍ଯ ହରଣ କରିବେ। ଆଉ ମଧ୍ଯ ସମାନେେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେଓ ତୁମ୍ଭର ରମଣୀଯ ଗୃହଗୁଡ଼ିକୁ ଧ୍ବଂସ କରିବେ। ପୁଣି ସମାନେେ ତୁମ୍ଭର ପ୍ରସ୍ତର କାଷ୍ଠ ଓ ଧୂଳିସବୁ ନଇେ ସମୁଦ୍ର ଜଳ ରେ ନିକ୍ଷପେ କରିବେ।
ଯିହିଜିକଲ 26:19
କାରଣ ସଦାପ୍ରଭୁ, ମାରେ ପ୍ରଭୁ ଏକଥା କହନ୍ତି, ହେ ସୋର, ତୁମ୍ଭେ ନିବାସହୀନ ଧ୍ବସ୍ତ ନଗର ହବେ। ଆମ୍ଭେ ସମୁଦ୍ର ଜଳରାଶି ତୁମ୍ଭ ଉପ ରେ ପ୍ରବାହିତ କରାଇବା ଓ ଗଭୀର ଜଳରାଶି ତୁମ୍ଭକୁ ଆଚ୍ଛାଦନ କରିବ।
ଯିହିଜିକଲ 27:26
ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ଯକୁ ଆଣି ଅଛନ୍ତି। ମାତ୍ର ପୂର୍ବୀଯ ବାଯୁ ସମୁଦ୍ର ମଧିଅରେ ତୁମ୍ଭକୁ ଭାଙ୍ଗି ପକାଇଛି।
ଯିଖରିୟ 9:3
ସୋର ନିଜ ପାଇଁ ଗମ୍ବୁଜ ନିର୍ମାଣ କଲା। ସେ ରୂପାକୁ ଧୀଳିପରି ଓ ସୁନାକୁ କାଦୁଅପରି ରାସ୍ତା ରେ ଗଦା କଲା।