ଛଅ ଦିନ ଧରି କାର୍ୟ୍ଯ କର ଏବଂ ସପ୍ତମ ଦିନ ରେ ବିଶ୍ରାମ କର। ଏପରି ମଧ୍ଯ ତୁମ୍ଭମାନଙ୍କର ଦାସମାନଙ୍କ ପାଇଁ ଏବଂ ବିଦେଶୀମାନଙ୍କ ପ୍ରତି ଏହିପରି କର ଏବଂ ତୁମ୍ଭମାନଙ୍କର ଗୋରୁ ଏବଂ ଗଧମାନଙ୍କ ପାଇଁ ମଧ୍ଯ ଏପରି କରିବ। ସମାନଙ୍କେ ପାଇଁ ସପ୍ତମ ଦିନଟି ବିଶ୍ରାମ ଦବେ।
Cross references
ବିଶ୍ରାମଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର।
ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ଯା, ତୁମ୍ଭର ଦାସ କିମ୍ବା ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗରର ଦ୍ବାରବର୍ତ୍ତୀ ବିଦେଶୀ କହେି କୌଣସି କାର୍ୟ୍ଯ କରିବ ନାହିଁ।
ଏକ ସପ୍ତାହ ରେ ଛଅ ଦିନ କାର୍ୟ୍ଯ କରାୟିବ ଏବଂ ସପ୍ତମ ଦିନ ରେ ବିଶ୍ରାମ କରିବ। ଏହି ଦିନଟି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଦିନ ଅଟେ। ଏହି ପବିତ୍ର ବିଶ୍ରାମ ଦିନ ରେ ଯେ କହେି କାର୍ୟ୍ଯ କରେ ତାକୁ ମୃତ୍ଯୁଦଣ୍ଡ ଦିଆୟିବ।
ତୁମ୍ଭମାନେେ ଛଅଦିନ କାମ କରିବ। କିନ୍ତୁ ସପ୍ତମ ଦିନ ତୁମ୍ଭମାନେେ ବିଶ୍ରାମ ନବେ। ତୁମ୍ଭମାନେେ ଏପରିକି ଶସ୍ଯ ବୁଣା ଏବଂ ଶସ୍ଯ ଅମଳ ସମୟରେ ଏହି ନିଯମ ପାଳନ କରିବ।
ତୁମ୍ଭମାନେେ ବିଶ୍ରାମଦିନ ରେ କୌଣସି ବାସଗୃହ ରେ ଅଗ୍ନି ଜାଳିବ ନାହିଁ।
ସଲ୍ଗାହର ଛଦିନ ସମସ୍ତ କର୍ମ କର।
ସହେି ନଗର ରେ ସୋରୀଯ ଲୋକେ ବାସ କରୁଥିଲେ। ସମାନେେ ମତ୍ସ୍ଯ ଓ ଅନ୍ୟ ବହୁତ ଦ୍ରବ୍ଯ ବିଶ୍ରାମ ଦିନ ରେ ୟିହୁଦୀଯମାନଙ୍କୁ ଓ ୟିରୁଶାଲମ ରେ ବିକ୍ରଯ କଲେ।
ସମାନେେ କୁହନ୍ତି, ଆମ୍ଭେ ତୁମ୍ଭକୁ ଭକ୍ତି କରିବା ପାଇଁ ଉପବାସ କରିଅଛୁ, ମାତ୍ର ତୁମ୍ଭେ କାହିଁକି ଦୃଷ୍ଟି କରୁ ନାହଁ ? ଆମ୍ଭମାନେେ କାହିଁକି ଆପଣା ପ୍ରାଣକୁ କ୍ଲେଶ ଦଇେଅଛୁ ଓ ତୁମ୍ଭେ ମନୋୟୋଗ କରୁ ନାହଁ ?
ଯୀଶୁ ବିଶ୍ରାମ ବାର ରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରିଦବୋରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, ସପ୍ତାହ ରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭମାନେେ ସୁସ୍ଥ ହବୋ ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାର ରେ କବେେ ହେଲେ ସୁସ୍ଥ ହବୋପାଇଁ ଆସନାହିଁ।