ସେ ଫାରୋଙ୍କର ରଥ ଏବଂ ସନ୍େଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗର ରେ ନିମଗ୍ନ ହାଇେ ଅଛନ୍ତି।
Cross references
ତେଣୁ ଫାରୋ ତାଙ୍କର ରଥ ଓ ଲୋକମାନଙ୍କୁ ସାଙ୍ଗ ରେ ନେଲେ।
ଫାରୋ ମିଶରର ଅନ୍ଯାନ୍ଯ ସୈନ୍ଯ ଓ ରଥ ସହିତ 600 ଜଣ ନିପୁଣ ସୈନ୍ଯ ଏବଂ ସମାନଙ୍କେର ରଥଗୁଡ଼ିକ ନେଲେ ଏବଂ ପ୍ରେତ୍ୟକକ ରଥରେ ଜଣେ ଅଧିକାରୀ ରହିଲେ।
କିନ୍ତୁ ମାଶାେ ସମାନଙ୍କେୁ କହିଲେ, ଭୟ କର ନାହିଁ। ଦୌଡି ପଳାଇବାର ଆବଶ୍ଯକ ନାହିଁ। ଏହିଠା ରେ ଧିରସ୍ଥିର ହାଇେ ଛିଡା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭମାନେେ ମିଶରବାସୀମାନଙ୍କୁ ଆଉ ପୁନ୍ନରାଯ ଦେଖିବ ନାହିଁ।
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ସମୁଦ୍ର ଉପରେ ତୁମ୍ଭର ହସ୍ତ ବିସ୍ତାର କର। ଏଥି ରେ ସମୁଦ୍ର ଜଳ ମାଡିୟାଇ ମିଶରର ରଥା ରୋହୀ ଓ ଅଶ୍ବାରୋହୀମାନଙ୍କୁ ବୁଡାଇ ଦବେ।
ତା'ପରେ ମରିଯମ ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାନ କର। ଯେ ହତେୁ ସେ ମହାନ କାର୍ୟ୍ଯ କରିଛନ୍ତି। ସେ ଅଶ୍ବ ଓ ଅଶ୍ବାରୋହୀ ସୈନ୍ଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଅଛନ୍ତି।
ହେ ପରମେଶ୍ବର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ବାରା ଭୟର ପାତ୍ର। ତୁମ୍ଭେ ଥରେ କୋର୍ଧ କଲେ, କହେି ତୁମ୍ଭ ସାକ୍ଷାତରେ ଠିଆ ହାଇେ ପାରିବେ ନାହିଁ।