ତୁମ୍ଭେ ଆପଣା ଥଳୀ ରେ ଉଣା ଅଧିକ ଓଜନର ନାନା ପ୍ରକାର ବଟକରା ରଖିବ ନାହିଁ।
Cross references
ତୁମ୍ଭମାନେେ ବିଚାର କଲା ବେଳେ କିମ୍ବା ମାପ କି ତୌଲ କଲା ବେଳେ ଅଧର୍ମ କରିବ ନାହିଁ।
ଯଥାର୍ଥ ଦଣ୍ଡି, ଯଥାର୍ଥ ବଟକରା, ଯଥାର୍ଥ ଐଫ ଓ ଯଥାର୍ଥ ପଳା ତୁମ୍ଭମାନଙ୍କର ହବେ। ଯେ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ ଆମ୍ଭେ ସହେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
ସଦାପ୍ରଭୁ ମିଥ୍ଯାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ ଓଜନକୁ ଭଲ ପାଆନ୍ତି।
ଓଜନ ଓ ଦଣ୍ଡି ସଦାପ୍ରଭୁଙ୍କର ଅଟେ, କିନ୍ତୁ ସଦାପ୍ରଭୁ ଯାହା ଓଜନ ପାଇଁ ବ୍ଯବହାର କରିବାକୁ ବଟକରାସବୁ ତିଆରି କଲେ।
ନାନା ପ୍ରକାର ମାପ ଓଜନ ରେ ଯେଉଁମାନେ ଠକନ୍ତି, ସମାନେେ ସଦାପ୍ରଭୁଙ୍କଠା ରେ ଘୃଣିତ।
ଲୋକମାନଙ୍କୁ ଠକିବା ବନ୍ଦ କର। ଯଥାର୍ଥ ତରାଜୁ ଓ ଐଫା ଓ ଯଥାର୍ଥ ମାପ ବ୍ଯବହାର କର।
ତୁମ୍ଭେ ବ୍ଯବସାଯୀଗଣ କହୁଛ, କେତବେେଳେ ଅମାବାସ୍ଯା ଗତ ହବେ ଓ ଆମ୍ଭମାନେେ ଆମ୍ଭର ଶସ୍ଯ ବୀକ୍ରି କରିବୁ? ପୁଣି କେତବେେଳେ ବିଶ୍ରାମଦିନ ଗତ ହବେ, ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ? ଆମ୍ଭମାନେେ ଓଜନର ମାପ କମାଇବୁ ଏବଂ ଜିନିଷର ମୂଲ୍ଯ ବୃଦ୍ଧି କରିବୁ। ଆମ୍ଭମାନେେ ତରାଜୁକୁ କମ୍ ବେଶୀକରି ଲୋକମାନଙ୍କୁ ଠକିବୁ।
ବର୍ତ୍ତମାନ ଆମ୍ଭେ ଭୂଲ୍ ମାପକାଠି ଏବଂ ଅସାଧୁ ଓଜନ ସହ୍ଯ କରିବା ଉଚିତ୍ କି? ନା!