ତୁମ୍ଭେ ଆପଣା ଶସ୍ଯର ଆପଣା ଦ୍ରାକ୍ଷାରସର, ଆପଣା ତୈଳର ଆପଣା ମଷେ ଲୋମର ପ୍ରଥମ ଭାଗ ଯାଜକଗଣଙ୍କକ୍ସ୍ଟ ନିଶ୍ଚିତ ଦବେ।
Cross references
ଶସ୍ଯ ଅମଳ ସମୟରେ ତୁମ୍ଭର ପ୍ରଥମ ଶସ୍ଯ ଏବଂ ପ୍ରଥମ ଫଳର ରସ ଦବୋ ରେ କୌଣସି ବିଳମ୍ବ କରିବ ନାହିଁ।
ଶସ୍ଯ ଅମଳ ସମୟରେ ତୁମ୍ଭେ ଯେତବେେଳେ ଶସ୍ଯ ସାଇତିବ ପ୍ରଥମ ଶସ୍ଯ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଗୃହକୁ ଆଣିବ।
ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେୁ ତୁମ୍ଭମାନେେ ସେ ଦେଶ ରେ ପ୍ରବେଶ କରିବ। ଯେତବେେଳେ ତୁମ୍ଭମାନେେ ଶସ୍ଯ କାଟିବ, ସେତବେେଳେ ପ୍ରଥମ କଟା ଶସ୍ଯରୁ ଏକବିଡା ଯାଜକ ନିକଟକୁ ଆଣିବ।
ତୁମ୍ଭମାନେେ ନିଜ ନିଜ ଘରୁ ଦୋଳନୀଯ ନବୈେଦ୍ଯାର୍ଥେ ଏକ ଐଫାର ଦୁଇ ଦଶମାଂଶର ଦୁଇ ରୋଟୀ ଆଣିବ। ତାହା ସରୁ ମଇଦା ରେ ପ୍ରସ୍ତୁତ ହବେ ଓ ତାଡି ରେ ପାକ କରାୟିବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଥମଜାତ ଉପହାର ହବେ।
ଇଶ୍ରାୟେଲ ଲୋକମାନେ ମାେ ଉବ୍ଦେଶ୍ଯ ରେ ଯେଉଁ ପ୍ରଥମଜାତ ଉତ୍ତମ ତୈଳ, ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ଯ ଉତ୍ସର୍ଗ କରିବେ, ତାହା ସବୁ ଆମ୍ଭେ ତୁମ୍ଭକୁ ଦଲେୁ।
ସମାନେେ ନିଜ ନିଜ ଭୂମିରୁ ଉତ୍ପନ୍ନ ଯେଉଁସବୁ ପ୍ରଥମ ପକ୍ବଫଳ ସଦାପ୍ରଭୁଙ୍କ ଉତ୍ସର୍ଗ କରନ୍ତି, ସେସବୁ ତୁମ୍ଭର ହବେ, ତୁମ୍ଭ ଗୃହସ୍ଥିତ ପ୍ରେତ୍ୟକକ ବିଧିସମ୍ମତ ଶୁଚି ବ୍ଯକ୍ତି ତାହା ଭୋଜନ କରିବ।
ଏହାପରେ ସେ ଆମ୍ଭମାନଙ୍କୁ ଏହି ସ୍ଥାନକକ୍ସ୍ଟ ଆଣିଛନ୍ତି ଓ ଏହି ଦେଶ ଦିଗ୍ଧମଧକ୍ସ୍ଟ ପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦଇେଛନ୍ତି।
ହିଜକିଯ ୟିରୁଶାଲମ ରେ ବାସ କରୁଥିବା ଲୋକମାନଙ୍କୁ ସମାନଙ୍କେର ଶସ୍ଯର ପ୍ରଥମ ଅଂଶ ଯାଜକ ଓ ଲବେୀୟମାନଙ୍କୁ ଦବୋ ନିମନ୍ତେ ଆଦେଶ ଦେଲେ, ଯେଉଁଥିପାଇଁ ଯାଜକ ଓ ଲବେୀୟମାନେ ବ୍ଯବସ୍ଥା ନିଯମାନୁୟାଯୀ କାର୍ୟ୍ଯ କରିବା ରେ ସମାନଙ୍କେର ସମସ୍ତ ସମୟ ଅତିବାହିତ କରିପାରିବେ।
ସହେି ଦିନ ରେ ନଗରର ଲୋକମାନେ ଧନ, ଉପହାର, ପ୍ରଥମଜାତ ଫଳ ଓ ଏକ ଦଶମାଂଶ ସାମଗ୍ରୀ, ନିଯମ ଅନୁୟାଯୀ ଆଣିଲେ। ଲୋକମାନଙ୍କୁ କଠାେରୀ ରେ ନିରୀକ୍ଷଣ କରିବା ପାଇଁ ନିୟୁକ୍ତି କରାଗଲା। ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କଠାେରୀ ସବୁ ରେ ଲୋକମାନେ ନିୟୁକ୍ତି ହେଲେ। କାରଣ ପରିଚର୍ୟ୍ଯାକାରୀ ଯାଜକ ଓ ଲବେୀୟମାନଙ୍କ ସକାଶୁ ୟିହୁଦୀଯମାନେ ବହୁତ ଆନନ୍ଦିତ ହାଇେଥିଲା।
ସହେି ପାପୀ ନିଜେ ନିଜର ବିନାଶ ଦେଖୁ। ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ କୋର୍ଧର ଶିକାର ହେଉ।