ଆମ୍ଭେ ଦିନ ରାତି କାମ କରୁଥିଲୁ। ତୁମ୍ଭମାନଙ୍କୁ ସାହାୟ୍ଯ ମାଗିବା ନିମନ୍ତେ ଆମ୍ଭର ଅଧିକାର ଥିଲା। କିନ୍ତୁ ଆମ୍ଭେ ନିଜର ଯତ୍ନ ନିଜେ ନବୋ ପାଇଁ କାମ କରୁଥିଲୁ। ତୁମ୍ଭମାନଙ୍କ ସମ୍ମୁଖ ରେ ଗୋଟିଏ ଆଦର୍ଶ ପ୍ରସ୍ତୁତ କରିବା ଉଦ୍ଦେଶ୍ଯ ରେ ଆମ୍ଭେ ଏପରି କରିଥିଲୁ।
Cross references
ଯାତ୍ରା ବେଳେ ଝୁଲା ନିଅନାହିଁ। ପିନ୍ଧିଥିବା ପୋଷାକ ଓ ୟୋତା ଛଡା ଅଧିକା ପୋଷାକ ବା ୟୋତା କି ବାଡି ନିଅନାହିଁ। ଜଣେ ସବେକ କବଳେ ନିହାତି ଆବଶ୍ଯକୀୟ ପଦାର୍ଥ ନବୋ ଉଚିତ।
ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ବରୂପ କଲି। ତେଣୁ ତୁମ୍ଭେ ପରସ୍ପର ମଧିଅରେ ଏହିପରି କରିବ।
ଆମ୍ଭର ଖାଇବା ଓ ପିଇବା ପାଇଁ କ'ଣ ଅଧିକାର ନାହିଁ ?
ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା' ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।
ଆମ୍ଭେ ଲୋକମାନଙ୍କର ପ୍ରଶଂସା ଚାହୁଁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖରୁ ବା ଅନ୍ୟମାନଙ୍କ ପାଖରୁ ପ୍ରଶଂସା ଚାହୁଁ ନାହୁଁ।
ତୁମ୍ଭମାନେେ ଜାଣିଛ ଯେ, ଆମ୍ଭ ପରି ତୁମ୍ଭମାନେେ ରହିବା ଉଚିତ। ତୁମ୍ଭମାନଙ୍କ ସହିତ ଥିଲା ବେଳେ ଆମ୍ଭେ କବେେ ହେଲେ କାମ କରିବା ପାଇଁ ମନା କରି ନ ଥିଲୁ।
ଏହା କରିବାକୁ ତୁମ୍ଭେ ଆହ୍ବାନ ପାଇଛ। ତୁମ୍ଭେ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ ଦଖାଇେ ଦଇଯୋଇଛନ୍ତି। ସେ ଯାହା କରିଥିଲେ, ତୁମ୍ଭେ ତାହା କରିବା ଉଚିତ୍। ସେ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍ଭେ ମଧ୍ଯ କଷ୍ଟ ଭୋଗିଲା ବେଳେ ର୍ଧୈୟ୍ଯଶୀଳ ହବୋ ଉଚିତ।