ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କୁ କ'ଣ କରିବା ପାଇଁ କହିଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅଧିକାର ମାଧ୍ଯମ ରେ ଆମ୍ଭେ ତୁମ୍ଭମାନଙ୍କୁ ସହେି କଥାଗୁଡ଼ିକ କହିଛୁ। ପରମେଶ୍ବର ଇଚ୍ଛା କରନ୍ତି ଯେ, ତୁମ୍ଭମାନେେ ପବିତ୍ର ହୁଅ।
Cross references
ହେ ମନୁଷ୍ଯ ପୁତ୍ର, ଆମ୍ଭେ ଇଶ୍ରାୟେଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିୟୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମ ରେ ସମାନଙ୍କେୁ ଚତନୋ ଦିଅ।
ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
ମୁଁ ପରମେଶ୍ବରଙ୍କ ବ୍ଯବସ୍ଥାରୁ ମୁକ୍ତ ନୁହେଁ। ମାତ୍ର ମୁଁ ଖ୍ରୀଷ୍ଟଙ୍କ ବ୍ଯବସ୍ଥାର ଅଧୀନ। ତଥାପି ମୁଁ ଯେପରି ବ୍ଯବସ୍ଥା ବିହୀନ ଲୋକମାନଙ୍କୁ ଉଦ୍ଧାର କରିପା ରେ, ତେଣୁ ମୁଁ ସମାନଙ୍କେ ନିକଟରେ ବ୍ଯବସ୍ଥା ବିହୀନ ଲୋକପରି ହଲିେ।
ଭାଇ ଓ ଭଉଣୀମାନେ ! ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ମିଳିଥିବା ଅଧିକାର ବଳ ରେ, କାମ କରିବାକୁ ମନା କରୁଥିବା ବିଶ୍ବାସୀ ଭାଇମାନଙ୍କଠାରୁ ଦୂର ରେ ରହିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଆଦେଶ ଦେଉଛୁ। କୌଣସି କାମ କରିବା ପାଇଁ ଚାହୁଁ ନ ଥିବା ଲୋକମାନେ ଆମ୍ଭଠାରୁ ଗ୍ରହଣ କରିଥିବା ଶିକ୍ଷାଗୁଡ଼ିକୁ ମାନୁ ନାହାଁନ୍ତି।
ତୁମ୍ଭମାନଙ୍କ ସହିତ ଥିଲା ବେଳେ ଆମ୍ଭେ ତୁମ୍ଭମାନଙ୍କୁ ଗୋଟିଏ ନିୟମ ଶିଖାଇଥିଲୁ : ଯଦି ଜଣେ କାମ ନ କରିବ, ତା' ହେଲେ ସେ ଖାଇବ ନାହିଁ।