Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:12 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:12 · ଓଡ଼ିଆ ବାଇବେଲ

ମୁଁ ଅନ୍ୟ ସମସ୍ତ ଲୋକଙ୍କୁ ଏହା କ ହେ (ଏହା ମାରେ କଥା, ପ୍ରଭୁଙ୍କର ନୁହେଁ) : ଯଦି କୌଣସି ଖ୍ରୀଷ୍ଟୀୟ ଭାଇଙ୍କର ଏପରି ପତ୍ନୀ ଅଛି ଓ ସେ ଖ୍ରୀଷ୍ଟ ବିଶ୍ବାସୀନୀ ନୁହେଁ ମାତ୍ର ପତି ସହିତ ରହିବାକୁ ଇଚ୍ଛୁକ, ତା' ହେଲେ ପତି ତାକୁ ତ୍ଯାଗ କରିବା ଉଚିତ୍ ନୁହେଁ।

Cross references

ଏଜ୍ରା 10:2

ଏହାପରେ ଏଲାମର ବଂଶଧରମାନଙ୍କ ମଧ୍ଯରୁ ୟିହୀଯଲରେ ପୁତ୍ର ଶଖନିଯ ଏଜ୍ରାଙ୍କୁ କହିଲା, ଆମ୍ଭେ ଆମ୍ଭର ପରମେଶ୍ବରଙ୍କୁ ବିଶ୍ବାସଘାତ କରୁଛୁ। ଆମ୍ଭେ ଅନ୍ୟ ଦେଶୀଯମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍ଭେ ଏପରି କଲେ ମଧ୍ଯ ଆମ୍ଭମାନଙ୍କର ଇଶ୍ରାୟେଲଙ୍କ ପ୍ରତି ଭରସା ଅଛି।

ଏଜ୍ରା 10:11

ଏଣୁ ତୁମ୍ଭେ ତୁମ୍ଭର ପିତୃଗଣର ପରମେଶ୍ବର ସଦାପ୍ରଭୁଙ୍କ ନିକଟରେ ପ୍ରକାଶ କର। ତାଙ୍କର ତୁଷ୍ଟିଜନକ କାର୍ୟ୍ଯ କର। ଦେଶସ୍ଥ ଅନ୍ୟ ଗୋଷ୍ଠୀଯମାନଙ୍କଠାରୁ ଓ ଅନ୍ୟ ଦେଶୀଯା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:6

ମାରେ ଏହା ଆଦେଶ ନୁହେଁ, ବରଂ କିଛି ସମୟ ପାଇଁ ପୃଥକ ରହିବାକୁ ଅନୁମତି ଦେଉଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:25

ଏବେ ମୁଁ ଅବିବାହିତ ଲୋକମାନଙ୍କ ବିଷୟ ରେ କହୁଛି। ଏ ବିଷୟ ରେ ପ୍ରଭୁଙ୍କଠାରୁ ମାେତେ କୌଣସି ଆଦେଶ ମିଳି ନାହିଁ। କିନ୍ତୁ ପ୍ରଭୁ ମାେ ପ୍ରତି ଦୟା ଦଖାଇେ ଥିବାରୁ ଓ ମୁଁ ବିଶ୍ବାସଭାଜନ ହାଇେ ଥିବାରୁ, ମୁଁ ମାରେ ମତାମତ ଦେଉଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:27

ଯଦି ତୁମ୍ଭମାନେେ ବିବାହିତ, ତବେେ ପତ୍ନୀଠାରୁ ମୁକ୍ତ ହବୋକୁ ଚେଷ୍ଟା କର ନାହିଁ। କିନ୍ତୁ ଯଦି ତୁମ୍ଭମାନଙ୍କର ବିବାହ ହାଇେ ନାହିଁ, ତବେେ ପତ୍ନୀଟିଏ ଖାଜେିବା ପାଇଁ ଚେଷ୍ଟା କର ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:17

ତା ହେଲେ ମୁଁ ମଧ୍ଯ ସାମାନ୍ଯ ଗର୍ବ କରି ପାରିବି। ଯେପରି ପ୍ରଭୁ କହିଥାନ୍ତେ, ଯେପରି ମୁଁ କହୁ ନାହିଁ। ମୁଁ ଜଣେ ମୂର୍ଖ ଭଳି ଗର୍ବ କରେ।

Interlinear

Choose Theme